ରାଜଗିରି ଗ୍ରାମର ଜଣେ ବ୍ରାହ୍ମଣ ଏକଦା ମୂଲ୍ଯବାନ ଚନ୍ଦନ କାଠକୁ ଏକ ବାଉଁଶରେ ବାନ୍ଧି ଉପରକୁ ଉଠାଇଦେଲା ଓ କହିଲା ଯିଏ ଏହାକୁ ଉଡିଉଡି ଯାଇ ଆଣିବ, ଏହି ମୂଲ୍ୟବାନ ଜିନିଷଟି ତାର ହେବ। ଏହି ମାର୍ଗରେ ଯାଉଥିବା ବୁଦ୍ଧ ଭିକ୍ଷୁ ପିଣ୍ଡର ଭରଦ୍ବଜ ଏହା ଶୁଣି ଭାବିଲେ - - ଯେ ନିଜେ ଏହାକୁ ଉଡିଉଡି ଆଣି ଆସିଲେ ଭଗବାନ ବୁଦ୍ଧଙ୍କ ପ୍ରସିଦ୍ଧିଲାଭ ହେବ । ତେଣୁ ସେ ଉଡିଯାଇ ସେହି ମୂଲ୍ୟବାନ ଚନ୍ଦନ କାଠକୁ ଆଣିଲେ ।। ଏହା ଦେଖି ସେଠାରେ ଉପସ୍ଥିତ ଥିବା ଲୋକ ଆଶ୍ଚର୍ଯ୍ୟ ହୋଇଗଲେ । ଏବଂ ତାଙ୍କର ବାଃ ବାଃ କରି 1000ରୁ ଅଧିକ ଲୋକ ଭିକ୍ଷୁଙ୍କ ସହ ବୁଦ୍ଧ ବିହାରରେ ପହଁଞ୍ଚିଲେ ।
ଏହିକଥା ବୁଦ୍ଧ ଜାଣିପାରି ଭିକ୍ଷୁଙ୍କୁ ତିରସ୍କାର କଲେ । ଏବଂ ଚନ୍ଦନ ପାତ୍ରକୁ ଭାଙ୍ଗି ଖଣ୍ଡ ଖଣ୍ଡ କରିବାକୁ କହିଲେ ଏବଂ କହିଲେ *ଏଭଳି ଚମତ୍କାର ଦ୍ବାରା ଲୋକ କେବଳ ଚମତ୍କାରକୁ ଗ୍ରହଣ କରି ପକୃତ ଧର୍ମକୁ ଭୁଲିଯାନ୍ତି । ଏବଂ ଧର୍ମ ନଷ୍ଟ ହୋଇଯାଏ । ତେଣୁ ସମସ୍ତ ବୁଦ୍ଧ ଭିକ୍ଷୁ କଦାପି ଚମତ୍କାର ନ ଦେଖାଇ ଲୋକଙ୍କୁ ସତ ମାର୍ଗରେ ନିଅ । ତାଙ୍କର ଜୀବନ ସୁଖମୟ ହେବାର ରାସ୍ତା ଦେଖାଅ*
No comments:
Post a Comment